କଟକଣା ଭିତରେ ସଫଳ ଆଦିବାସୀ ମେଳା, କେତେ ଚ୍ୟାଲେଜିଙ୍ଗ ଥିଲା ଶୁଣନ୍ତୁ... - ସଫଳ ହୋଇଛି ଆଦିବାସୀ ମେଳା
🎬 Watch Now: Feature Video
ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ଜାନୁଆରୀ 26ରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଗତକାଲି (ଫେବୃଆରୀ 9 ତାରିଖ)ରେ ଶେଷ ହୋଇଛି । 15 ଦିନ ଧରି ଚାଲିଥିବା ଏହି ଆଦିବାସୀ ମେଳାରେ ଚଳିତବର୍ଷ ଆଦିବାସୀଙ୍କ ପାରମ୍ପରିକ ଆଦିବାସୀ ଜନଜାତିଙ୍କ ଗାଁର ଝଲକ ଦେଖିବାକୁ ମିଳି ନଥିଲା । ଅନୂସୁଚିତ ଜାତି ଓ ଅନୁସୁଚିତ ଜନଜାତି ବିଭାଗ ଦ୍ବାରା ଆୟୋଜିତ ମେଳାରେ ଚଳିତବର୍ଷ ସୀମିତ ସଂଖ୍ୟକ ଷ୍ଟଲରେ 2 କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥିବାବଳେ ବେଶ ସଫଳ ହୋଇଛି ବୋଲି କହିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା । ଏହାସହ ଆଦିବାସୀ ମେଳାକୁ ଆଗାମୀ ଦିନରେ ଦକ୍ଷତା ବିକାଶ ବିଭାଗରେ ଯୋଡା ଯାଇ ଅନେକ ବିକାଶ ମୂଳକ କାର୍ଯ୍ୟ କରିବାକୁ କହିଛନ୍ତି ଦକ୍ଷତା ବିକାଶ ବିଭାଗର ଅଧ୍ୟକ୍ଷ୍ୟ ସୁବ୍ରତ ବାଗଚି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ