‘ହୋମଗାର୍ଡଙ୍କୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ’ - #home guard day
🎬 Watch Now: Feature Video

କଳାହାଣ୍ଡି: କଳାହାଣ୍ଡି ହୋମଗାର୍ଡ ସଙ୍ଘ ଦ୍ବାରା ଭବାନୀପାଟଣା ରିଜର୍ଭ ପୋଲିସ ପଡିଆଠାରେ ହୋମଗାର୍ଡ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପୀନାଥ ମଣୀପାତ୍ର ସମେତ ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇଥିଲେ । ହୋମଗାର୍ଡମାନେ ହେଉଛନ୍ତି ଆମ ଦେଶର ଜାଗ୍ରତ ପ୍ରହରୀ ଯେକୌଣସି ଜରୁରୀ କାଳୀନ ପରିସ୍ଥିତି ହେଉ କିମ୍ବା ଟ୍ରାଫିକ ନିୟନ୍ତ୍ରଣ ହେଉ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ବାତୁଲା ଗଙ୍ଗାଧର ତାଙ୍କ ଅଭିଭାଷଣରେ କହିଥିଲେ ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ