ଅନୁଗୋଳରେ ଘନ କୁହୁଡି ଆସ୍ତରଣ, ଦିଶୁନି ରାସ୍ତାଘାଟ

By

Published : Jan 21, 2022, 10:07 AM IST

thumbnail
ଅନୁଗୋଳ: ଘନ କୁହୁଡିରେ ଘୋଡେଇ ହୋଇଛି ଅନୁଗୋଳ ଜିଲ୍ଲା । ଆଜି(ଶୁକ୍ରବାର) ଜିଲ୍ଲାରେ ପଡିଥିବା ଘନ କୁହୁଡିର ଆସ୍ତରଣ ଚଳିତ ବର୍ଷର ସବୁଠୁ ଅଧିକ ଘନ କୁହୁଡି ବୋଲି କୁହାଯାଉଛି । କୁହୁଡିର ଘନତା ଏତେ ଅଧିକ ରହିଛି ଯେ, 10 ମିଟରରୁ ଅଧିକ ଦୂରକୁ ଦେଖିବା ସମ୍ଭବପର ହେଉନାହିଁ । ଏଥିପାଇଁ ଗାଡ଼ି ମଟର ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଗାଡିଗୁଡିକ ଲାଇଟ ଲଗାଇ ଯିବାଆସିବା କରୁଛନ୍ତି । ସାଧାରଣତଃ ସକାଳ ସମୟରେ ପ୍ରାତଃ ଭ୍ରମଣରେ ଆସୁଥିବା ଲୋକେ ଆଜି ଘରୁ ବାହାରି ନାହାନ୍ତି । ଅଦିନିଆ ବର୍ଷା କମିବା ପରେ ଶୀତର ମାତ୍ରା ବଢିଥିବାବେଳେ ଆଜି ସବୁଠାରୁ ଅଧିକ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ପାଇଁ ଡାଲି ଜାତୀୟ ଫସଲ କ୍ଷତି ହେବାର ଆଶଙ୍କା ଦେଖାଦେଇଛି । ଏପରିକି କୋବି ଓ ଅନ୍ୟାନ୍ୟ ଫସଲ ମଧ୍ୟ କ୍ଷତି ହେବ ବୋଲି ଲୋକେ କହିଛନ୍ତି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.