ଏସଆରସିଙ୍କ ନିର୍ଦ୍ଦେଶ, କୋଭିଡ ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

🎬 Watch Now: Feature Video

thumbnail

By

Published : Sep 7, 2020, 8:27 PM IST

ଭୁବନେଶ୍ବର: ମହାମାରୀ କୋରୋନାକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ । ଜୀବନ ଓ ଜୀବିକାର ସଂଘର୍ଷର ସନ୍ତୁଳନ ରହିବା ଆବଶ୍ୟକ । ବ୍ୟବହାର ପରିବର୍ତ୍ତନ କଲେ କୋରୋନାକୁ କରି ହେବ ପ୍ରତିହତ। ନିୟମକୁ ଯଦି ଜନସାଧାରଣ ନ ମାନନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଏସଆରସି । ପ୍ରଦୀପ ଜେନା କହିଛନ୍ତି, ମହାମାରୀ କରୋନା ଏବେ ସାରା ଦେଶରେ ବଢୁଥିବାବେଳେ ଓଡିଶାରେ ମଧ୍ୟ ଦୈନିକ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଭାବରେ କଟକ ଓ ଭୁବନେଶ୍ବରରେ ଦୈନିକ ଏକ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କାରଣ ଓ ପ୍ରତିକାର ବ୍ୟବସ୍ଥା ନକଲେ କୋଭିଡ ସଂକ୍ରମଣ ଲାଗିରହିବ ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.