thumbnail

ମଣ୍ଡିରେ ବିକ୍ରି ହେଉନି ଧାନ, ଗୋଲାମୁଣ୍ଡା ଚାଷୀଙ୍କ ରାସ୍ତାରୋକ

By

Published : Jan 28, 2021, 9:06 PM IST

କଳାହାଣ୍ଡି: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଚାଷୀଙ୍କ ରାସ୍ତା ରୋକ । ଗୋଲାମୁଣ୍ଡା ବ୍ଲକ ତୁମୁରା ମଣ୍ଡି ଉପରେ ଆଠଟି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି l ଚଳିତ ଖରିଫ ଋତୁରେ ସରକାର ଗତ ନଭେମ୍ବର ମାସରୁ ଧାନ କ୍ରୟ ଆରମ୍ଭ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ କେବଳ 20 ପ୍ରତିଶତ ଧାନ କ୍ରୟ ହୋଇ ପାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗୋଲାମୁଣ୍ଡା ବ୍ଲକ ତୁମୁରା ମଣ୍ଡି ଚାଷୀ ଧର୍ମଗଡ଼ ଗୋଲାମୁଣ୍ଡା ସିନାପାଲି ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ଧାନ କ୍ରୟରେ ଅନିୟମିତତା ଯୋଗୁଁ ଆଜି ବି ଅନେକ ମଣ୍ଡିରେ ଅମଳ ଧାନ ବିକ୍ରି ହୋଇ ନ ପାରି ମଣ୍ଡିରେ ପଡି ରହିଛି । ଫଳରେ ଚାଷୀଙ୍କୁ ଝାଳବୁହା ପରିଶ୍ରମ ବୃଥା ହେବାକୁ ବସିଥିବା ଚାଷୀ ଅଭିଯୋଗ କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.