ଜାଣନ୍ତୁ ସିଲଭର ସିଟିରେ ମା' କାଳୀଙ୍କ ଛିନ୍ନମସ୍ତା ବେଶ ସମ୍ପର୍କେ... - ମା' କାଳୀଙ୍କ ଛିନ୍ନମସ୍ତା ବେଶ ସମ୍ପର୍କେ
🎬 Watch Now: Feature Video
କଟକ: କାର୍ତ୍ତିକ ଅମାବାସ୍ୟା ବା କାଳୀ ପୂଜା ପାଇଁ ଚଳଚଞ୍ଚଳ ସିଲଭର ସିଟି । ମହାନିଶା ପୂଜାର ଏହା ହେଉଛି ପବିତ୍ର ତିଥି । ସେଥିପାଇଁ ଚଳଚଞ୍ଚଳ ମା'ଙ୍କ ପୀଠ ଓ ପୂଜା ମଣ୍ଡପ । ବିଶେଷ କରି କଟକ ସହରର ବାଖରାବାଦ ପୂଜା ମଣ୍ଡପରେ କାଳୀ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୂଜାପାଠ, ଯଜ୍ଞ ଓ ନାମଯଜ୍ଞ ଚାଲିବ। ଏନେଇ ପୀଠରେ ହୋଇଛି ବ୍ୟାପକ ପ୍ରସ୍ତୁତି । କାହିଁ କେତେ ଦୂରରୁ ମା'ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଇଁ ଆସନ୍ତି । ବାଖରାବାଦ ଛିନ୍ନ ମସ୍ତକ ମା' କାଳୀଙ୍କ କଣ ବିଶେଷତ୍ବ ଓ ମହତ୍ତ୍ବ ରହିଛି ସେ ନେଇ ଆମ ସମ୍ବାଦଦାତା ପୂଜା କମିଟିର ସଭାପତିଙ୍କ ସହ ଆଲୋଚନା କରିଥିଲେ । ଶୁଣନ୍ତୁ ଏସମ୍ପର୍କରେ କଣ କହୁଛନ୍ତି ସଭାପତି:-
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ