'ରାଜ୍ୟର ଉପଯୁକ୍ତ ଦାବି ସଂସଦରେ ଉପସ୍ଥାପନା ଆମର ଦାୟିତ୍ବ' - ରାଜ୍ୟସଭା ସାଂସଦ
🎬 Watch Now: Feature Video

ଭୁବନେଶ୍ବର: ସାଂସଦ ଭାବେ ଶପଥ ନେଇ ଓଡିଶା ଫେରିଲେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ସଦସ୍ୟ। ସଂସଦର ହାଉସ ଅଫ ଚ୍ୟାମ୍ବରରେ ସେମାନେ ପଦ ଓ ଗୋପନୀୟତାର ଶପଥ ପାଠ କରି ଓଡିଶା ଫେରିଛନ୍ତି। ଗତ ମାର୍ଚ୍ଚ ମାସରେ ଚାରି ସଦସ୍ୟ ସୁବାସ ସିଂ, ମୁନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ତେବେ କୋରୋନାର ପ୍ରଭାବ ବିସ୍ତାର ଯୋଗୁଁ ଦେଶରେ କଟକଣା ଲାଗୁ ହେଲା। ଏଥିପାଇଁ ସଂସଦକୁ ମଧ୍ୟ ବନ୍ଦ ରଖାଯାଇଛି। ତେଣୁ ଚଳିତ ମାସ 21 ତାରିଖରେ ଶପଥ ନେବାକୁ ଓଡିଶାରୁ ଦିଲ୍ଲୀ ଯାଇଥିଲେ 4 ସାଂସଦ । 22 ତାରିଖ ସାଂସଦ ଭାବେ ଶପଥ ନେବାପରେ ଶୁକ୍ରବାର ସନ୍ଧ୍ୟା 7ଟାରେ ଓଡିଶାରେ ପହଞ୍ଚିଥିଲେ।