ମାଲକାନଗିରିରେ ଲଗାଣ ବର୍ଷା, ଅନେକ ଅଞ୍ଚଳ ଜଳମଗ୍ନ

By

Published : Aug 17, 2020, 1:27 PM IST

thumbnail
ମାଲକାନଗିରି: ଗତ 5ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ମାଲକାନଗିରି ଜିଲ୍ଲା । କୋଙ୍କରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଫଳରେ ମାଲକାନଗିରିରୁ କାଲିମେଳାକୁ 5 ଦିନ ହେବ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ କାଲିମେଳାରୁ ପଡିଆ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଜିଲ୍ଲାରେ ଥିବା ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ 4ରୁ 5 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଅଧିକାଂଶ ଅଞ୍ଚଳ ଏବେ ଜଳମଗ୍ନ ଥିବାବେଳେ କଚା ଘର ଭାଙ୍ଗି ଯାଇଛି । ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.