ବିପଦ ସଙ୍କେତ ଟପିଲା ପଟିଆ ନଦୀର ଜଳସ୍ତର: ଜଳବନ୍ଦୀରେ ଏକାଧିକ ଗାଁ
🎬 Watch Now: Feature Video
ଯାଜପୁର: ଖରସ୍ରୋତା ନଦୀର ଶାଖା ପାଟିଆ ନଦୀରେ ବନ୍ୟା । ଜେନାପୁର ଏବଂ ଯୋକଡିଆ ଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ବିପତ୍ତି ବଢିବାରେ ଲାଗିଛି । ଦାନଗଦୀ ବ୍ଲକ ଖପୁରିଆପଦା ପଞ୍ଚାୟତର ମାର୍ଥାପୁର, କୁମ୍ଭୀରାଗାଡିଆ ପଞ୍ଚାୟତର ମାରୁଟିକର ଓ ପଙ୍କପାଳ ପଞ୍ଚାୟତର ମନୋହରପୁର ଅଞ୍ଚଳରେ ଅନେକ ଘର ପାଣି ଘେରରେ ରହିଛି । କିଛି ଲୋକ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ରିଲିଫ ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବନ୍ୟା ବିପନ୍ନ ପ୍ରଶାସନକୁ କହିଛନ୍ତି । ତେବେ,କିଭଳି ରହିଛି ସ୍ଥିତି ସେ ସମ୍ପର୍କରେ ମାର୍ଥାପୁର ଗାଁର ବନ୍ୟା ବିପନ୍ନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ