ଭିନ୍ନ କଳାକାର ଜଗନ, ଆଦିବାସୀ କୁଇ ଭାଷାରେ ଗୀତ ଗାଇ ଦିଅନ୍ତି ସଚେତନତା ବର୍ତ୍ତା - who sends a message of awareness through his song

🎬 Watch Now: Feature Video

thumbnail

By

Published : Dec 21, 2020, 9:03 PM IST

ନବରଙ୍ଗପୁର: ସେ କୌଣସି ପେଶାଦାର ଗୀତିକାର ନୁହନ୍ତି, ମାତ୍ର ତାଙ୍କ ସୁମଧୁର କଣ୍ଠର ଦିଓ୍ବାନା ହୋଇଛନ୍ତି ମିଲିଅନସ ଫଲୋର୍ସ । ନିଜସ୍ବ ଉଦ୍ୟମରେ 3 ଶହରୁ ଉର୍ଦ୍ଧ୍ବ ଗୀତ ଗାଇବା ସହ ଏହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରି ଚର୍ଚ୍ଚାରେ ନବରଙ୍ଗପୁର ଦଳେଇଗୁଡା ଗାଁର ଏହି ଯୁବକ । ନବରଙ୍ଗପୁର ଭଳି ପଛୁଆ ଜିଲ୍ଲାର ସୁନାମଧନ୍ୟ କଳାକାର ଜଗନ ମହନ ନାଗ । ମାତ୍ର 32 ବର୍ଷ ବୟସରେ ଗୀତକୁ ନେଇ ନୂଆ କିଛି କରିବାର ସ୍ଵପ୍ନ ଦେଖିଛନ୍ତି ସେ । ଗୀତ ଲେଖିବା ଠାରୁ ଆରମ୍ଭ କରି ଗାଇବା ସବୁଥିରେ ମାହିର । ଜଗନଙ୍କ ଗୀତରେ ଥାଏ ନିଆରାପଣ, ସେଥିପାଇଁ ତ ତାଙ୍କ ଗୀତର ଯାଦୁ କମାଲ କରିଦିଏ ସଙ୍ଗୀତକୁ ଭଲପାଉଥିବା ଶ୍ରୋତା ଓ ଦର୍ଶକଙ୍କୁ। ଗୀତ ମାଧ୍ୟମରେ ସଚେତନ ଧର୍ମୀ ବର୍ତ୍ତା ଦେଇ ବେଶ ପ୍ରଶଂସା ସାଉଣ୍ଟୁଛନ୍ତି ଜଗନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.