thumbnail

By

Published : Dec 1, 2019, 8:45 PM IST

ETV Bharat / Videos

ହାତୀ ଆକ୍ରମଣରେ ଯୁବତୀ ଗୁରୁତର

ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ଯୁବତୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଆତଙ୍କ । କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଛାଞ୍ଚବଣି ଗ୍ରାମର ଲୀଳାବତୀ ନାୟକ ନାମକ ଯୁବତୀ  ୪ ଟା ସମୟରେ କୁରୁଳିଆ ଗ୍ରାମରୁ ନିଜ ଘର ଛାଞ୍ଚବଣିକୁ ଫେରୁଥିବା ବେଳେ ମଝି ଜଙ୍ଗଲରେ ହାତୀ ହାବୁଡ଼ରେ ପଡି ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।  ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି । ଗତ ୭ ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଦିନ ଅପରାହ୍ନରୁ ସମୟରୁ ଜଙ୍ଗଲରୁ ବାହାରି ଧାନ ଫସଲ ଆଡ଼କୁ ମାଡି ଆସି ବ୍ୟାପକ ଫସଲ କ୍ଷୟକ୍ଷତି କରୁଛନ୍ତି ।  ତେବେ ଏଠାରେ ପ୍ରଶ୍ନ ଉଠୁଛି ବନବିଭାଗ ସବୁବେଳେ ହାତୀକୁ ଜଗି ଲୋକଙ୍କୁ ସଚେତନ କରୁଥିବା କଥା କହୁଥିଲେ ମଧ୍ୟ ଏହି ଘଟଣା ପରେ ଏହାର ଚରମ ଅବହେଳା ସାମ୍ନାକୁ ଆସିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.