ବଢୁଛି ଲୋକଙ୍କ ଚାହିଦା, ଆକାଶଛୁଆଁ ହେଉଛି ତେଲଦର
🎬 Watch Now: Feature Video
କଟକ: ଲକଡ଼ାଉନ ପରେ ଲୋକମାନଙ୍କର ଚାହିଦା ବଢିବାରୁ ତେଲ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲ ଦର ଏଭଳି ଅଧିକ ହେବା ପ୍ରଥମ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । କୋରୋନା ପାଇଁ ଲକଡାଉନ ଲାଗୁ ହେବା ପରେ ଫ୍ୟାକ୍ଟ୍ରି ବନ୍ଦ ହେବା ଦ୍ବାରା କର୍ମଚାରୀ ଘରମୁହାଁ ହୋଇଥିଲେ । କିନ୍ତୁ ସ୍ଥିତି ସୁଧୁରିବା ସହିତ ଲୋକଙ୍କ ଚାହିଦା ବଢିବାକୁ ଲାଗିଲା । ଲୋକଙ୍କ ଆବଶ୍ୟକ ଅନୁଯାୟୀ ଉତ୍ପାଦ ହୋଇପାରୁ ନଥିବାରୁ ତେଲ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।