କୋରୋନା କାଳରେ ରୋଜଗାର ଦେଲା ଗୋବର ଦୀପ - cowdung diya is on high demand
🎬 Watch Now: Feature Video
ସମ୍ବଲପୁର: ଆଜି (ଶନିବାର) ଆଲୋକର ପର୍ବ ଦିପାବଳୀ । ଏଥିପାଇଁ ବଜାରରେ ଏବେ ବିଭିନ୍ନ ପ୍ରକାର ଦୀପ ଦେଖିବାକୁ ମିଳୁଛି । ତେବେ ସମ୍ବଲପୁରର ମୁଦୀପଡ଼ାର ଦେଉଲବନ୍ଦର ଏକ ପରିବାର ଏବେ ଗୋବର ନିର୍ମିତ ଦୀପ ତିଆରି କରି ଚର୍ଚ୍ଚା ସାଉଁଟୁଛନ୍ତି । କୋରୋନା କାଳରେ ରଜନୀକାନ୍ତ ପ୍ରସାଦଙ୍କ ପରିବାରର ସ୍ଥିତି ବିଗିଡି ଯାଇଥିଲା । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଠାରୁ ୟୁ ଟ୍ୟୁବରୁ ଗୋବର ଦୀପ ତିଆରି କରିବାର କୌଶଳ ଶିଖି ଏହି ପରିବାରର ସମସ୍ତ ସଦସ୍ୟ ଗୋବର ଦୀପ ତିଆରି କରୁଛନ୍ତି । ସକାଳ ହେଲେ ଛାତ ଉପରେ ଏକାଠି ହେଉଛନ୍ତି ସାରା ପରିବାର । ଆଉ ତିଆରି କରୁଛନ୍ତି ଭଳିକି ଭଳି ଗୋବର ଦୀପ । ଆଉ ଏହି ଦୀପ ପରିବେଶ ଅନୁକୂଳ ଦୀପ ବୋଲି ଏହାର ଚାହିଦା ମଧ୍ୟ ବଢୁଛି ବୋଲି କହିଛନ୍ତି ଦୀପ ତିଆରି କରୁଥିବା ପରିବାର ।