ଶ୍ରାବଣ ସୋମବାରରେ ଖାଁ ଖାଁ ଶୈବପୀଠ, ଭକ୍ତଙ୍କୁ ଝୁରୁଛି ତ୍ରିବେଣୀ ସଙ୍ଗମ - devotees didn't come to temple

🎬 Watch Now: Feature Video

thumbnail

By

Published : Jul 13, 2020, 1:16 PM IST

ସୁବର୍ଣ୍ଣପୁର: ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ଭକ୍ତଙ୍କୁ ଝୁରୁଛି ଐତିହାସିକ ସୁବର୍ଣ୍ଣପୁର ସହରର ତ୍ରିବେଣୀ ସଙ୍ଗମ । ଏଇ ପୁଣ୍ୟ ସଙ୍ଗମରେ ଆଉ ଶୁଭୁନାହିଁ ଭୋଳାବାବା ପାର କରେଗା ସ୍ବର । ଯେଉଁ ମହାନଦୀ,ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରେ ହଜାର ହଜାର ଶ୍ରଦ୍ଧାଳୁ ସ୍ନାନାଦି ସାରି ଭୋଳାବାବାଙ୍କୁ ଜଳାଭିଷେକ କରିବାକୁ ବିଭିନ୍ନ ଶିବାଳୟକୁ ଆଆନ୍ତି ,ସେହି ସଙ୍ଗମକ୍ଷେତ୍ର ଆଜି କୋରୋନା ମହାମାରୀ ଭୟରେ ଜନମାନବ ଶୂନ୍ୟ ହୋଇଛି । ଐତିହାସିକ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ବୋଲ ବମ ଧ୍ବନୀରେ ପ୍ରକମ୍ପିତ ହେଉଥିବା ଗଗନ ପବନ ମୁଖରିତ ହୋଇଥାଏ । ଶ୍ରଦ୍ଧାଳୁମାନେ ତ୍ରିବେଣୀ ସଙ୍ଗମରୁ ଜଳ ଆଣି ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ପାଖରେ ଜଳ ଲାଗି କରିବା ସହିତ ଅଷ୍ଟଶମ୍ଭୁଙ୍କ ମନ୍ଦିର ଦର୍ଶନ କରିଥାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.