ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ ମାମଲା । ପୋଲିସ ଘଟଣାରେ 3ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ରହିଥିବା ସୂଚନା ମିଳିଛି । ଏଥିସହ ଅଭିନେତା ଘର ଭିତରେ ଏବଂ ବାହାରେ ସିସିଟିଭି ଫୁଟେଜ ଯାଞ୍ଚ ସହ ପୋଲିସ ଘଟଣାର ତଦନ୍ତ ଜାରି କରିଛି ପୋଲିସ ।
#WATCH | Mumbai | Police present at the Bandra residence of Actor Saif Ali Khan after he was attacked by an intruder pic.twitter.com/IhCraiK2k3
— ANI (@ANI) January 16, 2025
ଅଭିନେତାଙ୍କୁ 6ଥର ଛୁରାମାଡ଼
ମିଡିଆ ରିପୋର୍ଟ ଅନୁସାରେ, ସୈଫ ଅଲି ଖାନଙ୍କ ଉପରେ ଏହି ଆକ୍ରମଣ ଗୁରୁବାର ରାତି ପ୍ରାୟ 2 ଟା ସମୟରେ ହୋଇଥିଲା । ରୋଚି କରିବା ଉଦ୍ୟମରେ ଅଜଣା ବ୍ୟକ୍ତି ଘରେ ପଶିଥିଲା । ଏହି ସମୟରେ ସୈଫଙ୍କ ସହ ଦୁବୃର୍ତ୍ତର ହାତାହାତି ହୋଇଥିଲା । ଫଳରେ ଦୁବୃର୍ତ୍ତ ଅଭିନେତାଙ୍କୁ ଛୁରୀରେ 6 ଥର ଆକ୍ରମଣ କରିଥିଲା । ଛୁରୀ ଆକ୍ରମଣ ଯୋଗୁଁ ଅଭିନେତା ଏକାଧିକ ଆଘାତ ପାଇଛନ୍ତି । ତାଙ୍କ ବେକ ଏବଂ ମେରୁଦଣ୍ଡ ନିକଟରେ ସୈଫ ଅଲି ଖାନଙ୍କୁ ଅନେକ ଆହତ ଲାଗିଛି ।
#WATCH | Mumbai Police Crime Branch officials arrive at the Bandra residence of Actor Saif Ali Khan to investigate the attack on the actor by an intruder at his home pic.twitter.com/JetkzWMfUL
— ANI (@ANI) January 16, 2025
3ଜଣଙ୍କୁ ଅଟକ
ସେପଟେ ସୈଫ ଅଲି ଖାନ ଆକ୍ରମଣ ମାମଲାରେ ବାନ୍ଦ୍ରା ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଏହି ମାମଲାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି । ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ପଚରାଉଚରା କରୁଛି ଏବଂ ମାମଲାର ରହସ୍ୟ ସମାଧାନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି। ତାଙ୍କ ଘର ଏବଂ ଏହାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଏହି ଘଟଣାରେ ପୋଲିସ ତାଙ୍କ ବିବୃତ୍ତିରେ କହିଛି ଯେ ସୈଫଙ୍କ ଘରୋଇ କର୍ମଚାରୀଙ୍କ ହାତରେ ମଧ୍ୟ ଆଘାତ ଲାଗିଛି । ବର୍ତ୍ତମାନ ତଦନ୍ତ ଚାଲିଛି । ଘରେ ଦୁବୃର୍ତ୍ତ ଜବରଦସ୍ତ ପଶିବାର କୌଣସି ପ୍ରମାଣ ନାହିଁ ବୋଲି ପୋଲିସ କହିଛି । ଅଭିଯୁକ୍ତମାନେ କିପରି ଘରେ ପ୍ରବେଶ କରିଥିଲେ ଜାଣିବା ପାଇଁ ସୈଫଙ୍କ ଘରେ ପୋଲିସ ଯାଞ୍ଚ କରୁଛି ।
#WATCH | Actor Saif Ali Khan injured during a scuffle with an intruder at home, police investigating the incident
— ANI (@ANI) January 16, 2025
Visuals from outside 'Satguru Sharan' building which houses the actor's apartment in Mumbai's Bandra pic.twitter.com/O1HcjvUoOU
ଏହା ମଧ୍ୟ ପଢନ୍ତୁ: ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼
ସୈଫ ଏବଂ କରୀନାଙ୍କ ଟିମଙ୍କ ବିବୃତ୍ତି
ସେପଟେ ସୈଫ ଏବଂ କରୀନାଙ୍କ ଟିମ ଘଟଣା ନେଇ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି ''ଚୋରି ଉଦ୍ୟମରେ ସୈଫଙ୍କ ଘରେ ପଶିଥିଲା ଦୁବୃର୍ତ୍ତ । ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି, ତାଙ୍କର ଅସ୍ତ୍ରୋପଚାର ଚାଲିଛି । ଆମେ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ । ଏହା ପୋଲିସ ମାମଲା । ପୋଲିସ ପୂର୍ବରୁ ସେମାନଙ୍କର ତଦନ୍ତ ଜାରି ରଖିଥିବାରୁ ଆଉ କୌଣସି ଅନୁମାନ ନକରିବାକୁ ଅନୁରୋଧ କରୁଛୁ । ଆପଣଙ୍କ ଚିନ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।''
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ