3 ଦିନ ମଧ୍ୟରେ ଆରମ୍ଭ ହେବ ଡିଏଲ୍ ଟେଷ୍ଟିଂ - ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ
🎬 Watch Now: Feature Video
ଭୁବନେଶ୍ବର: ଆଉ ଦୁଇରୁ ତିନି ଦିନ ମଧ୍ୟରେ ଆରମ୍ଭ ହେବ ଡିଏଲ ଓ ଏଲଏଲ ପାଇଁ ଟେଷ୍ଟ । ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ ନିୟମ ମାନି ଟେଷ୍ଟ କରାଯିବ । ସେହିପରି ଦୈନିକ 20 ଜଣଙ୍କ ଟେଷ୍ଟ କରାଯିବ । ଏନେଇ ପରିବହନ କମିଶନରଙ୍କୁ ପତ୍ର ଲେଖିଛି ସଡକ ଓ ପରିବହନ ବିଭାଗ । ସୂଚନାଥାଉକି, କୋଭିଡ୍ କଟକଣା ପାଇଁ ଡିଏଲ(ଡ୍ରାଇଭିଂ ଲାଇସେନ୍ସ) ଓ ଏଲଏଲ( ଲର୍ଣ୍ଣିଂ ଲାଇସେନ୍ସ) ବନ୍ଦ ଥିଲା । ତେବେ ଲକଡାଉନ ଉଠିଯିବାରୁ ଏହାକୁ ପୁଣି ଥରେ କରାଯିବାକୁ ନିଷ୍ପତ୍ତି ହୋଇଛି । ସେପଟେ କୋରୋନା ପାଇଁ ବୈଧତା ଶେଷ ହୋଇଥିବା ଲାଇସେନ୍ସର ବୈଧତାକୁ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବଢାଯାଇଛି ।