thumbnail

By

Published : Mar 18, 2020, 8:15 PM IST

ETV Bharat / Videos

ଯାଜପୁରରେ କରୋନାର ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା

କରୋନା ପ୍ରଭାବ ଓଡ଼ିଶାର ଶିଳ୍ପ ଜିଲ୍ଲା ଯାଜପୁରରେ ଦେଖିବାକୁ ମିଳିଛି । ବିଗତ 3 ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କରୋନା ସନ୍ଦେହରେ ପ୍ରଶାସନ ୪ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ପରୀକ୍ଷା ପାଇଁ ପଠାଇଛି । ସେପଟେ ଆଜି ଠାରୁ ଜିଲ୍ଲାରୁ 144 ଧାରାକୁ ପ୍ରତ୍ୟହାର କରାଯାଇଛି । କେବଳ ବାରୁଣୀ ମେଳା ହେବାକୁ ଥିବା ସ୍ଥାନରେ 144 ଧାରା ବଳବତ୍ତର ରହିଛି । ଜିଲ୍ଲାର ମୁଖ୍ୟ ବାଟ ଦେଇ ଆସୁଥିବା ବାହାର ପର୍ଯ୍ୟଟକଙ୍କ ଗାଡ଼ିଗୁଡିକୁ କଡାକଡି ଚେକିଂ କରାଯାଉଛି । କରୋନା ପ୍ରଭାବରୁ କିପରି ଯାଜପୁରବାସୀ ମୁକୁଳିବେ ଆଉ ସେଥିପାଇଁ କି କି ପଦେକ୍ଷେପ ନିଆଯାଉଛି ଯାଜପୁର ଜିଲ୍ଲାପାଳଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଯାଜପୁର ପ୍ରତିନିଧି । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.