ଅଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଧାୟକଙ୍କୁ ନିଲମ୍ବନ କରାଯାଇଛି: ପ୍ରଦୀପ୍ତ ନାଏକ

🎬 Watch Now: Feature Video

thumbnail
ଭୁବନେଶ୍ବର: ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବିଜେପିର ତିନି ବିଧାୟକ ନିଲମ୍ବିତ ହୋଇଛନ୍ତି । ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଏବଂ ମୋହନ ମାଝୀଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଏଥିସହ 3 ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଅଧିବେଶନର ଶେଷ ପର୍ଯ୍ୟନ୍ତ ଗୃହରେ ଏହି ତିନି ସଦସ୍ୟ ଯୋଗ ଦେଇ ପାରିବେନି । ଏହି ଘଟଣାକୁ ବିରୋଧ କରି ବିଜେପି ସଦସ୍ୟମାନେ ଗୃହ ତ୍ୟାଗ କରିବା ସହ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ସେମାନଙ୍କୁ ପକ୍ଷ ରଖିବାକୁ ନ ଦିଆଯିବା ସହିତ ଅଗଣତାନ୍ତ୍ରିକ ଅବସ୍ଥାରେ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । ଏହାସହିତ ଅନ୍ୟ 2 ବିଧାୟକ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.