thumbnail

By

Published : Jan 18, 2021, 5:41 PM IST

ETV Bharat / Videos

ଶିଳ୍ପନଗରର ସଫଳ ଚାଷୀ ଦିଲ୍ଲୀପ; ଖଣିଖାଦାନ ମାଟିରେ ଫଳାଇଲେ ସୁନାର ଫସଲ

ଯାଜପୁର: କଳିଙ୍ଗନଗର ଯାଜପୁର ଜିଲ୍ଲାରେ ଏବେ ଗୋଟିଏ ନାଁ ଚର୍ଚ୍ଚା ହେଉଛି । ଯିଏ ଅସମ୍ଭବକୁ ସମ୍ଭବରେ କରାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆତ୍ମନିର୍ଭର ହେବା ସହିତ ଲକଡାଉନ ସମୟରେ ରୋଜଗାର ଯୋଗାଇ ସାଧାରଣରେ ଏକ ଅନନ୍ୟ ଉଦାହରଣ ହୋଇପାରିଛନ୍ତି । ଯେଉଁଠି ଅବିଶ୍ରାନ୍ତ ଟ୍ରାକର, ଟିପର, ଜେସିବି କାମ କରୁଥାଏ ସେଠି ଚାଷବାସର ମଞ୍ଜି ବୁଣିଛନ୍ତି କଟକ ଜିଲ୍ଲା ନିଆଳୀ ଅଞ୍ଚଳର ଦିଲ୍ଲୀପ ମହାନ୍ତି । ଖଣି ଖାଦାନରେ ଭରା କଳିଙ୍ଗ ନଗର ଯାଜପୁର ଜିଲ୍ଲା। ଏଠି ମାଟି ଖୋଳୁ ଖୋଳୁ ବାହାରେ ଖଣି । କେହି କେବେ ଭାବି ନଥିବେ ମାଇନ୍ସ ମାଟିରେ ଦିନେ ଫଳିବ ସୁନାର ଫଳ । ହେଲେ ସମସ୍ତଙ୍କୁ ଆଚମ୍ବିତ କଲା ଭଳି ଶୁଖିଲା ଓ ଘାସ କଅଁଳୁ ନଥିବା ଜାଗାରେ ପ୍ରଥମେ ଘୁଷୁରି ଫାର୍ମ ଆଉ ଏବେ ଫଳୁଛି ଭଳିକି ଭଳି ପନିପରିବା । ଦିଲ୍ଲୀପ ଯାଜପୁର ଜିଲ୍ଲା ସୁକିନ୍ଦାରେ ରହୁଥିବା ନିଜ ଶଶ୍ବରଙ୍କ ଜମିରେ ଚାଷ କରି ଏବେ ଅନନ୍ୟ ଉଦାହରଣ ପାଲଟିଛନ୍ତି । ଅନ୍ୟୁନ 3 ଏକର ଜମିରେ ଘୁଷୁରୀ ଫାର୍ମ ମାଛ ଚାଷ ସାଙ୍ଗକୁ, ଦେଶୀ-ବିଦେଶୀ କୋଳି, ଟମାଟୋ, ଝୁଡଙ୍ଗ,କୋବି,ବିନ୍ସ, ପିଆଜ, କଞ୍ଚା ଲଙ୍କା, ଲାଉ ଭଳି ଭଳିକି ଭଳି ପନିବାରର ଚାଷ କରୁଛନ୍ତି । କମ ପାଣି ଓ ଅତ୍ୟାଧୁନିକ ପ୍ରଣାଳୀ ସହ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରି ଆତ୍ମନିର୍ଭର ହୋଇପାରିଛନ୍ତି ଦିଲ୍ଲୀପ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.