ରାଜଧାନୀରେ ସାବାଡ଼ ହେବେ ଅପରାଧୀ, ଆସୁଛି ଡିସିପିଙ୍କ ସ୍ପେଶାଲ ୨୬ ଟିମ୍

By

Published : Mar 8, 2021, 4:39 PM IST

thumbnail
ଭୁବନେଶ୍ବର: ରାଜଧାନୀରେ ସାବାଡ଼ ହେବେ ଅପରାଧୀ, ଆସୁଛି ଡିସିପିଙ୍କ ସ୍ପେଶାଲ ୨୬ ଟିମ୍ । ଏଣିକି ଅପରାଧିଙ୍କୁ ତ୍ରାହି ନାହିଁ । ଅପରାଧ ଘଟାଇଲେ ଧରିବ ସ୍ପେଶାଲ ଟିମ । ବିଗତ କିଛି ଦିନ ହେଲା ରାଜଧାନୀରେ ତାଣ୍ଡବ ମଚାଇଛନ୍ତି ଅପରାଧି । ପୋଲିସର ନିଦ ହଜାଇଛନ୍ତି ଲୋକଙ୍କ ବଞ୍ଚିବା ମୁସ୍କିଲ କଲେଣି । ଚୋରି ଡ଼କାୟତି ଠୁ ଆରମ୍ଭ କରି ଛିନତାଇ ସବୁଠୁ ଚିନ୍ତାଦାୟକ ହୋଇଛି । କିଛି ଦିନ ଧରି କାର କାଚ ଭାଙ୍ଗି ଲୁଟ । ବାଇକରେ ଆସି ଆକ୍ରମଣ କରି ଛିନତାଇ । ଏସବୁ ଅପରାଧ ମଚାଇ ଛୁ ମାରୁଛନ୍ତି ଅପରାଧି । ସେନେଇ ଏସବୁ ଷ୍ଟ୍ରିଟ କ୍ରାଇମ ରୋକିବା ନେଇ ଗଠନ ହେଲା ଡିସିପିଙ୍କ ସ୍ପେଶାଲ ୨୬ ଟିମ । ସବୁ ଥାନାର ଜଣେ ଲେଖାଏଁ ବଛା ବଛା ଏସଆଇକୁ ନେଇ ଗଠିତ ହୋଇଛି ଟିମ । ଯେଉଁଥିରେ ଅଛନ୍ତି ସବୁ ଥାନାର ଜଣେ ଲେଖାଏଁ ଏସ ଆଇ । ଯେଉଁମାନେ ସେମାନଙ୍କ ଥାନାର ୪ଜଣ ଲେଖାଏଁ କନଷ୍ଟେବଳଙ୍କୁ ନେଇ ନଜର ରଖିବେ ଥାନା ଅଞ୍ଚଳର ଅପରାଧି ଉପରେ । ଏମାନଙ୍କ ଦାୟିତ୍ବ କେବଳ ଧରପଗଡ଼ ଓ କ୍ରାଇମ ଏବଂ ପ୍ରପର୍ଟି ଡିଟେକ୍ସନ । କାଗଜ ପତ୍ର କିମ୍ବା ଆଇନ ଶୃଙ୍ଖଳା ନୁହେଁ ସହରର ହେଉଥିବା ଷ୍ଟ୍ରିଟ କ୍ରାଇମକୁ ନିୟନ୍ତ୍ରଣ କରିଵ ଏହି ସ୍ପେଶାଲ ଟିମ । ଏପରିକି ଆବଶ୍ୟକ ପଡିଲେ ପେସାଦାର ଅପରାଧି ଜେଲରୁ ଫେରି କ୍ରାଇମରେ ସମ୍ପୃକ୍ତ ରହିଲେ ନଜରକୁ ଆସିଲେ ଏନକାଉଣ୍ଟର ହେବାର ସମ୍ଭାବନା ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.