ନବବର୍ଷରେ ଚାନ୍ଦିପୁର ସମୁଦ୍ର କୂଳରେ ଭିଡ଼ - New Year's 1st moring
🎬 Watch Now: Feature Video

ବାଲେଶ୍ଵର: ବିଦାୟ ନେଇଛି ପୁରୁଣା ବର୍ଷ । ନୂଆ ଆଶା ଓ ସମ୍ଭାବନାର ସହ 2021 ନୂଆବର୍ଷକୁ ସ୍ବାଗତ କରିଛନ୍ତି ସଭିଏଁ । ଆଜି(ଶୁକ୍ରବାର) ନବବର୍ଷର ପ୍ରଥମ ସକାଳୁ ସମୁଦ୍ରକୂଳର ସୂର୍ଯ୍ୟୋଦୟର ମନଲୋଭ ଦୃଶ୍ୟ ଦେଖି ସ୍ବାଗତ କରିଛନ୍ତି ବାଲେଶ୍ବରବାସୀ । ନବବର୍ଷ ବାଲେଶ୍ଵର ଚାନ୍ଦିପୁର ବେଳାଭୂମିରେ ଆଜି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦର୍ଶନ କରିବା ପାଇଁ ଲୋକମାନେ ବେଳାଭୂମିରେ ଅପେକ୍ଷା କରି ରହିଥିଲେ। 2020 ବର୍ଷ ଅନେକ ଯନ୍ତ୍ରଣା ଦେଇଥିବାବେଳେ 2021 ସମସ୍ତଙ୍କ ପାଇଁ ଶୁଭଙ୍କର ହେବା ନେଇ ଲୋକମାନେ ପ୍ରାର୍ଥନା କରିଛନ୍ତି।