thumbnail

ବୟାଳିସ ମଉଜାରେ କୁମ୍ଭୀର ଆତଙ୍କ, ଅଘଟଣ ଆଶଙ୍କରେ ସ୍ଥାନୀୟ ବାସିନ୍ଦା

By

Published : Oct 2, 2021, 10:59 PM IST

କଟକ: ବୟାଳିଶ ମଉଜା ଅଞ୍ଚଳରେ କୁମ୍ଭୀର ଆତଙ୍କ । ସ୍ଥାନୀୟ ମହାନଦୀରେ ଏକ 7 ଫୁଟରୁ ଲମ୍ବର କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଦୈନଦିନ ବ୍ୟବହାର ପାଇଁ ନଦୀ ଉପର ପ୍ରତ୍ୟେକ୍ଷ ଭାବେ ନିର୍ଭର କରୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଘାରିଛି । ନଦୀରେ କୁମ୍ଭୀର ଦେଖାଯିବା ପରେ ମାଛ ମାରିବା ଠାରୁ ଆରମ୍ଭ କରି ଜନଜୀବନ ସିଧାସଳଖ ପ୍ରଭାବିତ ହୋଇଛି। ତେବେ ଏନେଇ ବନ ବିଭାଗ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.