ଅନ୍ଧବିଶ୍ବାସ ଦୂର ଦିଗରେ ବଡ ପ୍ରୟାସ, ଶ୍ମଶାନ ସାଜିଛି ‘ଇନ୍ଦ୍ରଭୁବନ’ - ଖୋର୍ଦ୍ଧା

🎬 Watch Now: Feature Video

thumbnail

By

Published : Sep 23, 2020, 6:50 PM IST

ଖୋର୍ଦ୍ଧା: ମଣିଷ ସମାଜରୁ ଅନ୍ଧ ବିଶ୍ୱାସ ଦୂର କରିବାପାଇଁ ଭିନ୍ନ ଏକ ପ୍ରୟାସ । ଗାଁ ଶ୍ମଶାନକୁ ପରିଣତ କରିଛନ୍ତି ଇନ୍ଦ୍ରଭୁବନରେ । ଭଳିକିଭଳି ଫୁଲ ଗଛ ସହ ବିଭିନ୍ନ ଔଷଧୀୟ ବୃକ୍ଷରେ ଝଲସୁଛି ପରିବେଶ । ଟିକିଏ ଫୁରସତ ମିଳିଲେ ମନଖୁସି ପାଇଁ ଆଖପାଖ ଅଞ୍ଚଳର ପିଲା ଠୁ ବୁଢା ସମସ୍ତେ ମନରୁ ଭୟ ଛାଡ଼ି ଦୌଡି ଆସନ୍ତି ଏହି ଶ୍ମଶାନକୁ । ଆଉ ଏ ସବୁ ସମ୍ଭବ କରିପାରିଛନ୍ତି ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମବାସୀ । ଭଳିକି ଭଳି ଫୁଲ ଗଛ, ଅନେକ ଔଷଧୀୟ ବୃକ୍ଷର ସମ୍ଭାର ସାଙ୍ଗକୁ ମନଲୋଭା ଶୋଭାରାଜି । ଆଉ ତା ମଧ୍ୟରେ ଆସି ପ୍ରାତଃ ପ୍ରାଣାୟମ ଏବଂ ଯୋଗ କରୁଛନ୍ତି ଯୁବକ ଠୁ ବୃଦ୍ଧ । କର୍ମ ଜଞ୍ଜାଳର ଜର୍ଜରିତ ଯନ୍ତ୍ରଣା ଭିତରୁ ଶାନ୍ତ ଶୀହରଣର ସ୍ବଦେଶୀ ସଞ୍ଜିବନୀ ପାଇବାକୁ ଧାଇଁ ଆସନ୍ତି ସଭିଏଁ । ଏଭଳି ପ୍ରାକୃତିକ ପରିବେଶ କାହାକୁ ବା ଆକର୍ଷିତ ନକରିବ । ଆପଣ ନିଶ୍ଚେ ଭାବୁଥିବେ, ଏହା କୌଣସି ଏକ ସୁଶୋଭିତ ପାର୍କ କିମ୍ବା ପର୍ଯ୍ୟଟନ ସ୍ଥଳୀ । ତେବେ ଏହା ହେଉଛି ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗ୍ରାମର ଶ୍ମଶାନ । ଯାହା ଏବେ ସୃଷ୍ଟି କରୁଛି ଇନ୍ଦ୍ରଭବନର ଭ୍ରମ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.