ସୋମବାର ଠାରୁ କୋଭିଡ ସମ୍ପର୍କିତ ଜନସମ୍ପର୍କ ପ୍ରଚାର: ମୁଖ୍ୟ ଶାସନ ସଚିବ
🎬 Watch Now: Feature Video
ବାଲେଶ୍ବର: ଜିଲ୍ଲାରେ କୋରୋନା ପରିସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । କୋଭିଡ ହସ୍ପିଟାଲରେ ସମୀକ୍ଷା କରିବା ପରେ ସେଠାରେ ଅଧିକ ନର୍ସ ନିଯୁକ୍ତି ନେଇ ସେ ସୂଚନା ଦେଇଛନ୍ତି । ସେହିପରି ଆଉ ଏକ 100 ଶଯ୍ୟା ବିଶିଷ୍ଟ ନୂତନ କୋଭିଡ ହସ୍ପିଟାଲ ହେବାକୁ ଥିବା ବେଳେ ସେଥିରେ ଗୋଟିଏ ଆଇସିୟୁ ଓ ଦୁଇଟି ଅପରେସନ ଥିଏଟର ରହିବ । ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସୋମବାର ଠାରୁ ଜନ ସମ୍ପର୍କ ପ୍ରଚାର ହାତକୁ ନିଆଯିବ ।