ରାତି ପାହିଲେ ଟୀକାକରଣ, କ୍ୟାପିଟାଲ ହସ୍ପିଟାଲରେ ବିଏମସି କମିଶନରଙ୍କ ସମୀକ୍ଷା

By

Published : Jan 15, 2021, 3:30 PM IST

thumbnail
ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ କୋଭିଡ ଟୀକାକରଣ । ଏନେଇ କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି ଚାଲିଥିବାବେଳେ ଆଜି(ଶୁକ୍ରବାର) ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ କ୍ୟାପିଟାଲ ହସ୍ପିଟାଲର ଟୀକାକରଣ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି। ଆସନ୍ତାକାଲି କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣ ଆରମ୍ଭ ହେବ। ଏନେଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ପ୍ରଥମ ଦିନରେ 100 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯିବ। ଏନେଇ ବ୍ୟବସ୍ଥା ଓ ସୁରକ୍ଷା ତଦାରଖ କରିଛନ୍ତି ବିଏମସି କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.