କଳାହାଣ୍ତିରେ ବ୍ୟାପୁଛି କୋରୋନା, ଚିନ୍ତାରେ ପ୍ରଶାସନ

🎬 Watch Now: Feature Video

thumbnail
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଏପ୍ରିଲ ୨ ତାରିଖରେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରୁ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହୋଇଥିଲେ । ଆଉ ସେ ବ୍ୟକ୍ତି ଜଣକ ବିଦେଶ ଫେରନ୍ତା ବୋଲି ସୂଚନା ମିଳିଛି । ହେଲେ, କିନ୍ତୁ ଭବାନୀପାଟଣା ସହର ୧୦ ନମ୍ବର ଓ୍ବାର୍ଡର ସ୍ଥାନୀୟ ଅଞ୍ଚଳର ୫ ଜଣ ଆକ୍ରାନ୍ତ ହେବା ପ୍ରଶାସନ ପାଇଁ ଏହା ଏକ ଚିନ୍ତାର କାରଣ ସାଜିଛି । ସେପଟେ, ଏନେଇ ସାଧାରଣ ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି । ଏବଂ ୧୯ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏନେଇ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀଙ୍କ ସହ ଅଧିକ ଆଲୋଚନା ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଅଜିତ ସିଂ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.