କୋରୋନାରେ ବାଜି ମାରିଲା ଭିଟାମିନ, 4 ଗୁଣା ବ୍ରିକି ହେଲା ଔଷଧ - ଭୁବନେଶ୍ବର
🎬 Watch Now: Feature Video
ଭୁବନେଶ୍ବର: କୋରୋନାରେ ’ଭିଟାମିନ’ ଔଷଧର ଜବରଦୋସ୍ତ ବିକ୍ରି । ମାଲାମାଲା ହେଉଛନ୍ତି ମେଡିସିନ ଷ୍ଟୋରୀ ତଥା ହୋଲସେଲର । ଏପରିକି ଚାହିଦା ମୁତାବକ ଭିଟାମିନ ଯୋଗାଇବା ସମ୍ଭବ ହେଉନାହିଁ । ଗୋଟିଏ ପଟେ, କୋରୋନା ଲକଡାଉନ ଯୋଗୁଁ ଅନେକ ବେପାରରେ ବୁଡିଥିବାବେଳେ ଭିଟାମିନ ବ୍ୟବସାୟୀ ଲାଭାନ୍ବିତ ହେଉଛନ୍ତି । ଗତ ମାସରେ 4 ଗୁଣା ହୋଇଛି ବେପାର । ବଜାରରେ ଭିଟାମିନ ସି, ବି ଓ ଡି ର ବଢିଛି ଚାହିଦା । କୋରୋନାକୁ ପ୍ରତିହତ କରିବାକୁ ଭିଟାମିନ ସାଜିଛି ମହୌଷଧି । ରାଜଧାନୀ ଭୁବନେଶ୍ବରରେ ଏଥର ଅନ୍ୟ ଔଷଧ ଅପେକ୍ଷା ଅଧିକ ଭିଟାମିନ ଔଷଧ କିଣୁଛନ୍ତି ଲୋକେ । ଯେଉଁଠି ଭିଟାମିନ 5 ପ୍ରତିଶତ ବିକ୍ରି ହୁଏ ଆଜି ସେଠାରେ ବଢି 50 ପ୍ରତିଶତକୁ ବୃ୍ଦ୍ଧି ହୋଇଛି । ମେଡିସିନ ଡିଷ୍ଟ୍ରିବ୍ୟୁଟର ରବୀନ୍ଦ୍ର ଏଜେନ୍ସିଙ୍କ ଅନୁସାରେ, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭିଟାମିନ ବ୍ୟବସାୟରେ ଅହେତୁକ ବୃଦ୍ଧି ହୋଇଛି । ଏପରିକି ମାର୍କେଟ ଡିମାଣ୍ଡ ଅନୁସାରେ କମ୍ପାନୀ ମାଲ ଯୋଗାଇବାକୁ ସମ୍ଭବ ହୋଇପାରୁନାହିଁ ।