ବିନା ଆଇସକ୍ରିମରେ କଟିଗଲା ଖରାଦିନ, ଚିନ୍ତାରେ ବିକାଳି-ବରଫ ବ୍ୟବସାୟୀ - Corona affected Ice-cream businessman and seller life
🎬 Watch Now: Feature Video
ଭଦ୍ରକ: କୋରନା କାଳରେ ଆଇସକ୍ରିମ ଓ ବରଫ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ଦୟନୀୟ ଅବସ୍ଥାରେ । ଯାହାକୁ ଆଧାର କରି ବର୍ଷକର ଗୁଜୁରାଣ ମେଣ୍ଟିଥାଏ । ସେହି ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଛି । ତେଣୁ ଜୀବିକା ହରାଇବା ସହ, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଏବେ ଆଇସକ୍ରିମ ଓ ବରଫ ବ୍ୟବସାୟୀ । କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ, ପ୍ରଶାସନିକ କଟକଣା ଯୋଗୁଁ ଏବେ ସବୁ କିଛି ଠପ ହୋଇଯାଇଛି । ଭଲ ଦିପଇସା ରୋଜଗାର କରିବା ପାଇଁ ଖରାଦିନକୁ ଅପେକ୍ଷା କରିଥାନ୍ତି ଆଇସକ୍ରିମ ବ୍ୟବସାୟୀମାନେ । ଯାହାକୁ ଆଧାର କରି ବର୍ଷକର ଗୁଜୁରାଣ ମେଣ୍ଟିଥାଏ । ହେଲେ ସେହି ସମୟରେ ଲକଡାଉନ ଓ ବର୍ତ୍ତମାନ ବିଭିନ୍ନ ପ୍ରଶାସନିକ କଟକଣା ଯୋଗୁ୍ଁ ସବୁ କିଛି ବନ୍ଦ ହୋଇଯାଇଛି । ତେଣୁ ଜୀବିକା ହରାଇବା ସହ, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଏବେ ଏହି କୁଟୀର ଶିଳ୍ପ । ଏନେଇ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଏହି ବ୍ୟବସାୟୀ ମାନେ । ଜୀବନ ଓ ଜୀବିକାର ଦୋଛକିରେ ଥିବା ଏହି ଆଇସକ୍ରିମ ଓ ବରଫ ବ୍ୟବସାୟୀମାନ ଇଟିଭି ଭାରତର କ୍ୟାମେରା ଆଗରେ ବଖାଣି ଥିଲେ ସେମାନଙ୍କ ଦରଦ କାହାଣୀ ।