ମାଲକାନଗିରିରେ ପ୍ରବଳ ବର୍ଷା, ବାହ୍ୟଜଗତରୁ ବିଚ୍ଛିନ୍ନ ଅନେକ ଅଞ୍ଚଳ - ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି

🎬 Watch Now: Feature Video

thumbnail

By

Published : Aug 13, 2020, 12:52 PM IST

ମାଲକାନଗିରି: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ପୋଲ ଉପରେ ଚାଲୁଛି ୪ଫୁଟ ପାଣି । ଯାହାଫଳରେ ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗତ 3ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବା ଦ୍ବାରା ନାଳ ନଦୀରେ ବର୍ଷା ପାଣି ପ୍ରଭାବିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ମୁଖ୍ୟ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗାଁ ଗହଳି ରାସ୍ତା ଗୁଡିକରେ ଥିବା ପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବ୍ୟାହତ ହେବାସହ ଆଜି ସମଗ୍ର ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଛିନ୍ନ ହୋଇ ଯାଇଛି । ଏହି ଲଗାଣବର୍ଷା ଦ୍ବାରା ବିଶେଷ କରି ମାଲକାନଗିରି କାଲିମେଳା ମୋଟୁ ମୁଖ୍ୟ ଜାତୀୟ ରାଜପଥ ପୋଟେରୁ ଓ କାଙ୍ଗୁରକୋଣ୍ଡା,ଏମଭି୯୦, ଏମଭି୭୯,ଏମଭି୯୬, ମହାରାଜପାଲି,ପୋଲ ଉପରେ ୪ଫୁଟ ଉଚ୍ଚର ପାଣି ପ୍ରଭାବିତ ହେଉଥିବାରୁ ମାଲକାନଗିରି ଠାରୁ କାଲିମେଳା, ଏମଭି୭୯, ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଏଥି ସହିତ କାଲିମେଳା ପଡିଆ ରାସ୍ତାର ପୋଟେରୁ କନ୍ୟାଶ୍ରମ ପୋଲ ଉପରେ ୩ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହୋଇ କାଲିମେଳା ପଡିଆକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.