କୃଷି ବିଲ୍ ନାମରେ କେନ୍ଦ୍ରର କର୍ପୋରେଟ ବିଲ୍: କଂଗ୍ରେସ - new farm bill
🎬 Watch Now: Feature Video
ଭୁବନେଶ୍ବର: କେନ୍ଦ୍ର କୃଷି ବିଲକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । କୃଷକ ଆନ୍ଦୋଳନ ବ୍ୟାପକ ରୂପ ନେଇଛି । 20 ଦିନ ଧରି ଚାଷୀ ଆନ୍ଦୋଳନରେ ବସିଛନ୍ତି ମାତ୍ର ସରକାର ଉତ୍ତର ରଖୁନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଅଖିଳ ଭାରତୀୟ କଂଗ୍ରେସ କମିଟି ଏହାକୁ ସମର୍ଥନ ଦେଇଛି । ଦେଶବାସୀଙ୍କୁ ବିଜେପି ନେତା ବାଟବଣା କରୁଛନ୍ତି । ଦେଶର 80 ପ୍ରତିଶତ ଲୋକ କୃଷକ । କୃଷକମାନେ କରୁଥିବା ଅହିଂସାତ୍ମକ ଆନ୍ଦୋଳନକୁ ସ୍ବୀକାର କରିବା ପରିବର୍ତ୍ତେ ବିଜେପି ଜନସାଧାରଣଙ୍କୁ ଭୁଲ ତଥ୍ୟ ଦେଇ ଦେଶ ଦ୍ରୋହୀର ଆଖ୍ୟା ଦେଇଛି । କୃଷକ ମାନଙ୍କ ପାଇଁ ଏହା ଅପମାନ ।