thumbnail

ରାଜ୍ୟରେ ଶୀତ ଲହରୀ ଜାରି, ୧୦ ଡିଗ୍ରୀ ତଳେ ୧୨ ସହର

By

Published : Dec 23, 2020, 4:38 PM IST

ଭୁବନେଶ୍ବର: ଶୀତରେ ଥରୁଛି ସମଗ୍ର ଓଡିଶା। ସମୟ ବଢିବା ସହ ବଢୁଛି ଶୀତ ଲହରୀ । ତେବେ ବୁଧବାର ରାଜ୍ୟର ଅନୁଗୁଳ ଜିଲ୍ଲା ଠାରେ ତୀବ୍ର ଶୀତ ଲହରୀ ବୋହୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ ଏବଂ କନ୍ଧମାଳରେ ମଧ୍ୟ ଶୀତଲହରୀ ଅନୁଭୂତ ହୋଇଛି। ୧୦ ଡିଗ୍ରୀ ତଳେ ୧୨ ସହର ପାରଦ। ତେବେ ଫୁଲବାଣୀରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଥିବାବେଳେ, ଦାରିଙ୍ଗବାଡି ଠାରେ ୫, ଅନୁଗୁଳରେ ୫.୬, କୋରାପୁଟରେ ୭, ସୁନ୍ଦରଗଡରେ ୭, ଝାରସୁଗୁଡାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବାରିପଦା ଠାରେ ୯ , ବୌଦ୍ଧରେ ୯ ଡ଼ିଗ୍ରୀ, ବଲାଙ୍ଗୀରରେ ୯.୨ , ଏବଂ ସୋନପୁର ଠାରେ ୯.୪ ଟ୍ବିନ ସିଟି କଟକ ୧୧ ଡ଼ିଗ୍ରୀ ଏବଂ ଭୁବନେଶ୍ବର ଠାରେ ୧୨.୪ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.