ଶ୍ରୀମନ୍ଦିରରେ ଚିତାଲାଗି ନୀତି, ଜାଣନ୍ତୁ ଏହାର ମହାତ୍ମ୍ୟ - srimandira chitalagi
🎬 Watch Now: Feature Video
ପୁରୀ: ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ବ୍ରହ୍ମଜ୍ୟୋତି ହୀରା ଚିତା । ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ମସ୍ତକରୁ ଚିତା କଢା ଯାଇଥାଏ । ଯାହାକୁ ଆଜି ପୁଣି ଲାଗି କରାଯାଏ । ଏଣୁ ଆଜି ଦିନକୁ ଚିତାଲାଗି ଅମାବାସ୍ୟା କୁହାଯାଏ । ମହାପ୍ରଭୁଙ୍କୁ ହୀରା, ବଳଭଦ୍ରଙ୍କୁ ଲୀଳା ଓ ମାଆ ସୁଭଦ୍ରାଙ୍କ ଠାରେ ମାଣିକ୍ୟ ଚିତା ଲାଗି ହୋଇଥାଏ । ଆଜି ଦିନରେ ପ୍ରତ୍ୟେକ ଓଡିଆ ଘରେ ଚିତ୍ତଉ ପିଠା କରାଯାଇ ପୋଖରୀ ଗାଡିଆରେ ଗେଣ୍ଡା, ମାଛକୁ ଦିଆଯାଇଥାଏ । ତେବେ କ'ଣ ରହିଛି ଏହି ପବିତ୍ର ଚିତାଲାଗି ଅମାବାସ୍ୟାର ମହାତ୍ମ୍ୟ ଏବଂ ଏହା କିପରି ଶ୍ରୀମନ୍ଦିରରେ ପାଳିତ ହୁଏ ସେ ସମ୍ପର୍କରେ ଶୁଣନ୍ତୁ ଶ୍ରୀମନ୍ଦିରର ବରିଷ୍ଠ ଚୂନରା ସେବକଙ୍କ ମୁହଁରୁ ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ