ନୋଟରେ କାରକୁ ସଜାଇଲେ ମାଲିକ ! - ମୟୂରଭଞ୍ଜରେ ନିଆରା କାର ଠାବ
🎬 Watch Now: Feature Video
ରାଇରଙ୍ଗପୁର: କାର ଲଭରମାନେ ନିଜର କାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରରେ ସଜାଇଥାନ୍ତି । କିଏ ପ୍ରିଣ୍ଟ କରିଥାନ୍ତି ତ ଆଉ କିଏ କିଛି ଷ୍ଟିକର ଲଗାଇଥାନ୍ତି । କିନ୍ତୁ ଏଠାରେ ଅଭିନବ ଉପାୟରେ ଜଣେ ବ୍ୟକ୍ତି ନିଜ କାରକୁ ସଜାଇଛନ୍ତି । ୨୦୦୦ ଟଙ୍କିଆ ନକଲି ନୋଟ ଲଗାଇ ସେ ନିଜ କାରକୁ ସଜାଇଛନ୍ତି । ତେବେ ଏହି ଦୃଶ୍ୟଟି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ। କରଞ୍ଜିଆର ରନପ ରାଜ ନାମକ ଜଣେ ବ୍ୟକ୍ତି ଏପରି ଢଙ୍ଗରେ ନିଜ କାରକୁ ସଜାଇଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ତାଙ୍କୁ ଏ ବିଷୟରେ ପଚାରିବାରୁ ସେ ଖୁସିରେ ଲଗାଇଥିବା କହିଛନ୍ତି । ତାଙ୍କ ଗାଡିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହାସହିତ ବହୁତ ଲୋକ କାରକୁ ଦେଖିବାକୁ ଆସୁଥିବାରୁ ସେ ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି । ଏବେ ଏହି ଦୃଶ୍ୟ ମୋବଇଲରୁ ମୋବଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ