thumbnail

By

Published : Dec 21, 2020, 8:00 PM IST

ETV Bharat / Videos

ବଦଳୁଛି ସ୍ବାସ୍ଥ୍ୟସେବା ଚିତ୍ର: ସରକାରୀ ହସ୍ପିଟାଲରେ ମିଳୁଛି ଉତ୍ତମ ଚିକିତ୍ସା, ଜରୁରୀକାଳୀନ ପାଇଁ ସ୍ବତନ୍ତ୍ର ବେଡ୍‌

ଭୁବନେଶ୍ବର: ରାଜଧାନୀର କ୍ୟାପିଟାଲ ହସ୍ପିଟାଲ । ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ଆଶାରେ ଦୈନିକ ଏଠାକୁ ଛୁଟି ଆସନ୍ତି ହଜାର ହଜାର ରୋଗୀ । କେହି ଉତ୍ତମ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରେ ତ ପୁଣି କିଏ ହସ୍ପିଟାଲ ନାଁରେ ଅନେକ ଅଭିଯୋଗ ଆଣେ । ହେଲେ ଏବେ ସବୁକିଛି ବଦଳି ଯାଇଥିବା ଦେଖିବାକୁ ମିଳୁଛି । ପ୍ରାୟ ସମସ୍ତ ରୋଗୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଉଥିବା ଦେଖାଦେଇଛି । କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ପାଖାପାଖି ଅନେକ ଜିଲ୍ଲାରୁ କ୍ୟାପିଟାଲ ହସ୍ପିଟାଲରୁ ଆସିଥାନ୍ତି ଅନେକ ରୋଗୀ । ଏମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅବସ୍ଥାରେ ଏଠାକୁ ଆସିଥାନ୍ତି । ଆଉ ହସ୍ପିଟାଲରେ ଏମାନଙ୍କୁ ପ୍ରାଧାନ୍ୟ ମଧ୍ୟ ଦିଆଯାଏ । କ୍ୟାପିଟାଲ ହସ୍ପିଟାଲରେ 780ଟି ଶଯ୍ୟା ରହିଛି । ଆଉ ଏହା ବାଦ୍‌ ଅଧିକ 60ଟି ବେଡ୍‌ କେବଳ ଜରୁରୀକାଳିନ ସେବା ପାଇଁ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.