ଉପନିର୍ବାଚନ: 23ରୁ ପ୍ରଚାର କରିବେ ଧର୍ମେନ୍ଦ୍ର - BJP Campaign
🎬 Watch Now: Feature Video

ଭୁବନେଶ୍ବର: ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଗଲେଣି ନେତା । ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ମୈଦାନରେ ନିଜର ଗୋଟି ଚଳାଇବା ଆରମ୍ଭ କଲେଣି । ଏବେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ମୈଦାନକୁ ଆସି ପ୍ରଚାର କରିବେ ବୋଲି ଜଣାପଡିଛି । ବିଜେପି ପକ୍ଷରୁ 23 ତାରିଖରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ୍ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ ।