thumbnail

By

Published : Sep 10, 2020, 6:36 PM IST

ETV Bharat / Videos

କୋରୋନା ସଂକ୍ରମଣ ରୋକିବାକୁ ବିଏମସିର ମାଷ୍ଟର ପ୍ଲାନ

ଭୁବନେଶ୍ବର: ଦେଶ ଓ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବର୍ତ୍ତମାନ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି ବିଏମସି । ଗଞ୍ଜାମ ଫର୍ମୁଲାକୁ ଭୁବନେଶ୍ବରରେ ଲାଗୁ କରିବା ସହ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ଓ ୫୬୫ ରାପିଡ଼ ରେସପନ୍ସ ଟିମ ଗଠନ କରିଛି ବିଏମସି । ଏହି ପ୍ଲାନ କୋରୋନା ଉପରେ ଲଗାମ ଲଗାଇବ ବୋଲି ଦାୟିତ୍ବରେ ଥିବା ସ୍ବତନ୍ତ୍ର ଅଧିକାରୀ ଏଡ଼ିଏମ ପାରୁଲ ପଟୁୱାର କହିଛନ୍ତି । ଦୁଇସପ୍ତାହ ହେବ ଭୁବନେଶ୍ବରରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଥିରେ ବ୍ରେକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ ହେବ । ରାଜଧାନୀରେ ବ୍ୟାପକ ହେଲଥ ସ୍କ୍ରିନିଂ କରାଯିବ । ଏଥିଲାଗି ୫୬୫ ରାପିଡ଼ ରେପପନ୍ସ ଟିମ ଗଠନ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.