ନୂତନ କୃଷି ବିଲ ସପକ୍ଷରେ ବିଜେପିର ବିଶାଳ କୃଷକ ସମାବେଶ
🎬 Watch Now: Feature Video
ବାଲେଶ୍ବର: କୁରୁଡା ହାଟ ପଡ଼ିଆଠାରେ ବିଜେପି କୃଷକ ସଙ୍ଗଠନକୁ ନେଇ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଛି । ବିଜେପିର ପାଞ୍ଚଟି ସାଂଗଠନିକ ଜିଲ୍ଲା ବାଲେଶ୍ବର, ବାରିପଦା, ରାଇରଙ୍ଗପୁର, କେନ୍ଦୁଝର ଓ ଭଦ୍ରକର କୃଷକ ସଙ୍ଗଠନକୁ ନେଇ ଏହି କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ କୃଷକ ଓ ବିଜେପି କୃଷକ ମୋର୍ଚ୍ଚାର ଜିଲ୍ଲା ଠାରୁ ରାଷ୍ଟ୍ରୀୟ ନେତାମାନେ ଯୋଗ ଦେଇଥିଲେ । ଗୋଟେ ପଟେ ଦିଲ୍ଲୀରେ କୃଷକମାନେ ନୂତନ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବାବେଳେ ବିଜେପି ଦେଶବାସୀଙ୍କ ଉଦ୍ଦେଶ୍ୟରେ କୃଷକ ସମାବେଶ ଆୟୋଜନ କରି ଚାଷୀଙ୍କୁ ନୂତନ କୃଷି ବିଲ ସମ୍ପର୍କରେ ଅବଗତ କରାଇବାକୁ ଚେଷ୍ଟା କରିଛି ।