ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ OERC କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ବିଜେପି - ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ
🎬 Watch Now: Feature Video
ଭୁବନେଶ୍ବର: ସାରା ଦୁନିଆରେ କୋରୋନା ମହାମାରୀର ଆତଙ୍କ ଦେଖା ଦେଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ରାଜ୍ୟ ସରକାର ବିଦ୍ୟୁତ୍ ଦର ବୃଦ୍ଧି କରିଛନ୍ତି । ତେଣୁ ଏହି ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବର୍ଦ୍ଧିତ ବିଦ୍ୟୁତ ଦର ଆସନ୍ତା ଅକ୍ଟୋବରରୁ ଲାଗୁହେବ । କୋରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡି ପଡ଼ାଥିବା ବେଳେ ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରନ୍ତୁ ନଚେତ୍ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଜେପି । ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ।