Panchayat Poll: BJDର ନିର୍ବାଚନୀ ପ୍ରଚାର ଜୋରଦାର - ନୂଆପଡା 5 ନମ୍ବର ଜୋନରେ BJD ପ୍ରଚାର ଜୋରଦାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14380207-thumbnail-3x2-dfh-1.jpg)
ନୂଆପଡା: ନୂଆପଡା ଜିଲ୍ଲା 5 ନମ୍ବର ଜୋନରେ ଆଜି BJD ନିର୍ବାଚନୀ ପ୍ରଚାର ଜୋରଦାର କରିଛି । ବିଜୁ ଜନତା ଦଳ ପ୍ରାର୍ଥିନୀ ତନୟା ଶବର ଘର ଘର ବୁଲି ଭୋଟ ମାଗୁଛନ୍ତି । ସାଙ୍ଗରେ ନୂଆପଡା ଜିଲ୍ଲା BJD ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ହରେକୃଷ୍ଣ ସଢଙ୍ଗୀ ରହି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବୁଝାଉଛନ୍ତି । 5 ନମ୍ବର ଜୋନରେ 9 ଗୋଟି ଗ୍ରାମପଞ୍ଚାୟତରେ 109 ଗୋଟି ୱାର୍ଡ ଥିବାବେଳେ, 26 ହଜାର 609 ଭୋଟର ଅଛନ୍ତି । ଆଗାମୀ ଦିନରେ ଭୋଟର କାହା ସପକ୍ଷରେ ଯାଉଛନ୍ତି ତାହା ଭୋଟ ଗଣତି ପରେ ହିଁ ଜଣାପଡିବ ।