ସ୍ବୟଂ ସହାୟକ ଗୋଷ୍ଠୀ ଦେଲା ବଳ, ସିଲେଇ କରି ସ୍ବାବାଲମ୍ବୀ ମହିଳା - berhampur news
🎬 Watch Now: Feature Video

ବ୍ରହ୍ମପୁର: କୋଭିଡକୁ ନେଇ ଚିନ୍ତାରେ ସମଗ୍ର ବିଶ୍ବ। ସବୁଠି ଦେଖିବାକୁ ମିଳିଲାଣି ଆର୍ଥିକ ମାନ୍ଦାବସ୍ଥା। ହେଲେ ଏଭଳି ସମୟରେ ମହିଳାଙ୍କୁ ରୋଜଗାରକ୍ଷମ ସହିତ ଆତ୍ମନିର୍ଭରଶୀଳ କରାଇଛି ପଞ୍ଚାୟତର ସିଲାଇ କେନ୍ଦ୍ର। ଗ୍ରାମର ମହିଳା ମାନେ ନିଜ ଘରର କାର୍ଯ୍ୟ ଶେଷ କରିବା ପରେ ଏକତ୍ରିତ ହେବା ସହିତ ଜୀବିକା ମିଶନ ଜରିଆରେ ମା' ମହାଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ କରି ନିଜର ବଳକା ସମୟକୁ ସଦୁପଯୋଗ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଭଲ ଦୁଇ ପଇସା ଅର୍ଥ ରୋଜଗାର କରି ବେଶ ଖୁସି ଅନୁଭବ କରୁଥିବା ଦେଖାଯାଇଛି।