ମହାମାରୀ ଭାଙ୍ଗି ଦେଇଛି ଭିକ୍ଷାଥାଳ, ଦୁର୍ଦ୍ଦଶାରେ କଟୁଛି ଭିକ୍ଷୁକଙ୍କ ଜୀବନ - dhenkanal beggar news
🎬 Watch Now: Feature Video
ଢେଙ୍କାନାଳ: ଭିକ୍ଷାବୃତ୍ତିରେ ଲକ୍ଷ୍ମଣରେଖା ଟାଣିଛି ଲକ୍ଡାଉନ୍ । ମାଗିବାକୁ ଗଲେ ସମସ୍ତେ ଦୂର ଦୂର କହୁଛନ୍ତି । ଦିନେ ଖାଇଲେ ଦୁଇ ଦିନ ଉପାସ ରହିବାକୁ ପଡୁଛି । ତୁଣ ଖାଇଲେ ଲୁଣ ନାହିଁ । କି ଲୁଣ ଖାଇଲେ ତୁଣ ନାହିଁ । ସତେ ଯେପରି କୋରୋନା ଏମାନଙ୍କ ଭିକ୍ଷାଥାଳ ଛଡାଇ ନେଇଛି । ଆଉ ଭୋକର ଭୂଗୋଳରେ ଆଉଟପାଉଟ ହେଉଛନ୍ତି ଏମାନେ । ହେଲେ ଶୁଣିବାକୁ କେହି ନାହିଁ । ଢେଙ୍କାନାଳ ଷ୍ଟେସନ ତଳି ଅଞ୍ଚଳରେ ଥିବା ଭିକାରୀ ବସ୍ତିରେ ଏପରି ଦେଖିବାକୁ ମିଳିଛି । ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଦୋକାନ ବଜାର ପ୍ରାୟତଃ ବନ୍ଦ ଥିବାରୁ ଏମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଗାଁ ଗଣ୍ଡାକୁ ମାଗିବାକୁ ଗଲେ ଖାଲି ହାତରେ ଫେରିବାକୁ ପଡୁଛି । କେହି କିଛି ଦେବା ତ ଦୂରର କଥା, ପାଖରେ ପୂରାଇ ଦେଉନାହାଁନ୍ତି ।