ସିଟି ହସ୍ପିଟାଲ ସାଜିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାଣିରେ ପଡିଲା 4.5 କୋଟି - ବରଗଡ ହସ୍ପିଟାଲ
🎬 Watch Now: Feature Video
ବରଗଡ: ଜିଲ୍ଲାର ସର୍ବ ପୁରାତନ ହସ୍ପିଟାଲ ଏବେ ଭୂତ କୋଠୀ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି ଜିଲ୍ଲା ମୁଖ୍ୟ ହସ୍ପିଟାଲ । ଯେଉଁଠିକୁ ଦିନେ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ଆଉ ଏବେ ଅତି ଜରୁରୀ ନହେଲେ ହସ୍ପିଟାଲ ଦୁଆର ମାଡୁ ନାହାନ୍ତି ରୋଗୀ । ଖତ ଖାଉଛି ବଡବଡ କୋଠା ଆଉ ହନ୍ତସନ୍ତ ଲକ୍ଷାଧିକ ଲୋକେ । ସେପଟେ 10 କିଲୋମିଟର ଦୂରରେ ଥିବା ନୂଆ ଡାକ୍ତରଖାନା ବଞ୍ଚାଇବାକୁ ଯାଇ ସହର ଭିତରେ ଥିବା ଡାକ୍ତରଖାନା କୋମାକୁ ଚାଲିଯାଇଛି ।