thumbnail

ଆନନ୍ଦପୁରରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ

By

Published : May 30, 2020, 11:15 PM IST

ଆନନ୍ଦପୁର: କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆଜି ସନ୍ଧ୍ଯା ୫ଟା ୩୦ ସମୟରେ ସମସ୍ତେ ସାମାଜିକ ଦୂରତ୍ଵକୁ ଧ୍ୟାନ ଦେଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣମାନଙ୍କୁ ନିବେଦନ କରିଥିଲେ । ତେବେ ଏହି ପରିପେଷୀରେ ଘସିପୁରା ବ୍ଲକ ରାମଚନ୍ଦ୍ରପୁର ସାଇଁକୁଳ ଓ ଦେଓଗାଁଠାରେ କୋଭିଡ ଯୋଦ୍ଧାଙ୍କୁ ସମର୍ଥନ ପାଇଁ ବହୁ ଜନସାଧାରଣ ଯୋଗଦେଇ ‘ବନ୍ଦେ ଉତ୍କଳ ଜନନୀ ଗାନ’ କରିଥିଲେ । ଏଥିରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇ ସଙ୍ଗୀତ ଗାନ କରିବା ସହ ଲୋକମାନଙ୍କୁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ସମୟରେ ଏହାର ଗାନ ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.