ରେଳରାଣୀ ମମତା: ଗୋଟିଏ ବଟନରେ ଟ୍ରାକରେ ଦୌଡେ ଟ୍ରେନ - ଲୋକୋ ପାଇଲଟ
🎬 Watch Now: Feature Video

ବାଲେଶ୍ବର: ଦୃଢଇଚ୍ଛା ଶକ୍ତି ଆଗରେ ହାର ମାନେ ଦାରିଦ୍ର୍ୟ । ଅଭାବ ଅନାଟନ ବେଳେବେଳେ ମଣିଷକୁ ଦୃଢ କରି ନିଜକୁ ନିଜେ ଚିହ୍ନିବାର ମାଧ୍ୟମ ହୋଇଥାଏ । ମମତାଙ୍କ କ୍ଷେତ୍ରରେ ମଧ୍ୟ କିଛି ଏପରି ଘଟିଛି । ନିଜ ପରିଶ୍ରମରେ ସେ ହୋଇପାରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଦାରିଦ୍ର୍ୟ ଅଟକାଇପାରିନି ସ୍ବପ୍ନ ସାକାର କରିବାର ଯୋଶ୍ । ସେ ଲୋକୋ ପାଇଲଟ ଭାବେ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।