thumbnail

By

Published : Jan 22, 2022, 9:58 PM IST

ETV Bharat / Videos

ଦୁର୍ଘଟଣାର କରୁଣ ଦୃଶ୍ୟ, ବେସାହାରା 3 ବର୍ଷର ଝିଅ !

ବାଲେଶ୍ବର: ମହାମାରୀ ଆଉ ଦୁର୍ଭୀକ୍ଷର ଯାତନା କିଏ ଅଙ୍ଗେ ନିଭେଇ ଥିବ ତ କିଏ ଦୂରରୁ ଦେଖିଥିବ । ହେଲେ କେହି ଦୁର୍ଘଟଣାରୁ ବର୍ତ୍ତି ଏପରି ବିପତ୍ତିର ସମ୍ମୁଖୀନ କରିଥିବା ଚିତ୍ର କୋଚିତ ଦେଖିଥିବେ । ଠିକରେ କଥା କହିପାରୁ ନଥିବା ଏହି କୁନିଝିଅ ସହ ଘଟିଛି କିଛି ଏପରି। କେଉଁଆଡେ ଯାଉଥିଲା, କାହିଁକି ଯାଉଥିଲା ତାହା ବି ଜଣାନାହିଁ । ଖାଲି ଏତିକି ଜାଣିଥିଲା ମାଆ ଆଉ ଭାଇ ସାଙ୍ଗରେ ଅଛନ୍ତି । ହେଲେ ଅଧାବାଟରେ ଦଇବ ସାଜିଲା ବଇରି । ଦୁର୍ଘଟଣାରେ ଚାଲିଗଲା ମାଆ ଓ ଭାଇର ଜୀବନ । ଏ ଚିତ୍ର ହେଉଛି ଶନିବାର ବାଲେଶ୍ବରରୁ ଭୁବନେଶ୍ବର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର । ସୌଭାଗ୍ୟବଶତଃ କାଳର କରାଳ ସ୍ଥିତିରୁ ବର୍ତ୍ତି ଯାଇଛି ଏ କୁନିଝିଅ । ଝିଅଟିକୁ ଉଦ୍ଧାର କରି ଥାନାକୁ ନେଇଛି ପୋଲିସ । ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.