ଖାଲଖମାରେ ଭର୍ତ୍ତି ରାୟପୁର-ବିଶାଖାପାଟଣା ରାସ୍ତା, ସୃଷ୍ଟି କରୁଛି କୃତ୍ରିମ କୂଅର ଭ୍ରମ - ରାୟପୁର-ବିଶାଖାପାଟଣା ଜାତୀୟ ରାଜପଥ
🎬 Watch Now: Feature Video
କୋରାପୁଟ: ରାୟପୁର-ବିଶାଖାପାଟଣା ଜାତୀୟ ରାଜପଥ । ରାସ୍ତା ପାଲଟିଛି ମରଣଯନ୍ତା । ସୃଷ୍ଟି ହୋଇଛି ବଡ଼ ବଡ଼ ଖାଲ ଖମା । ଆଉ ସୃଷ୍ଟି କରୁଛି କୃତ୍ରିମ ପୋଖରୀର ଭ୍ରମ । ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ଯିବା ଆସିବା କରୁଛି ହଜାର ହଜାର ଗାଡ଼ି । ଖାଲି ସେତିକି ନୁହେଁ ଆମ୍ବୁଲାନ୍ସ ଯିବା ବେଳେ ବି କଷ୍ଟରେ ଯିବାକୁ ପଡୁଛି । ରାଜପଥକୁ ନେଇ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ଏନେଇ ବହୁବାର ସ୍ଥାନୀୟ ଲୋକେ ରାସ୍ତା ମରାମତି କରିବାକୁ ଅଭିଯୋଗ କରିଛନ୍ତି । ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ପାଲଟିଯାଇଥିବା ଅଭିଯୋଗ ହୋଇଛି ।