ବିବାହ ପାଇଁ ଜିଦ କରିବାରୁ ପ୍ରେମିକାକୁ ହତ୍ୟା କରିଥିଲେ ଅନୁପ ସାଏ

🎬 Watch Now: Feature Video

thumbnail

By

Published : Feb 14, 2020, 4:02 PM IST

ଝାରସୁଗୁଡ଼ା: ଅନୁପ ସାଏଙ୍କ ଡବଲ ମର୍ଡର ଘଟଣାରେ ଛତିଶଗଡ଼ ଏସପି କଲେ ଖୁଲାସା । 2016 ମସିହା ଏପ୍ରିଲରେ ଝାରସୁଗୁଡ଼ା ଛତିଶଗଡ଼ ସୀମାନ୍ତରେ କଳ୍ପନା ଦାସ ଓ ତାଙ୍କ ଝିଅ ପ୍ରଭାତୀ ଦାସଙ୍କୁ ବୀଭତ୍ସ ହତ୍ୟା କରାଯାଇ ଫିଙ୍ଗା ଯାଇଥିଲା । ସୂଚନା ଅନୁସାରେ ମୃତ ମହିଳା ପୂର୍ବରୁ ବିବାହିତ ଥିଲେ । ତାଙ୍କର ଏକ ଝିଅ ମଧ୍ୟ ଥିଲା । କିନ୍ତୁ ସେ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନୁପ ସହ ଅନୈତିକ ସମ୍ପର୍କ ରଖିଥିଲେ । ତେବେ ବିବାହକୁ ନେଇ ଅନୁପ ଏବଂ କଳ୍ପନାଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଏହି ଝଗଡ଼ାରୁ ମୁକ୍ତି ପାଇବା ପାଇଁ ଲୁହା ରଡ୍‌ରେ ୨ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ଅନୁପ । ହତ୍ୟା ପରେ ଅନୁପ ନିଜେ ମହିଳାଙ୍କ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ । ଏନେଇ ରାୟଗଡ଼ ଏସପି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ଶୁଣନ୍ତୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.