ରେଳ କଟକଣା, ଗଡୁନି ଗୋଟିଏ ବି ଯାତ୍ରୀବାହୀ ଟ୍ରେନ - coronavirus safety
🎬 Watch Now: Feature Video

ଅନୁଗୋଳ: ଅନୁଗୋଳ ଲକ୍ଡାଉନ୍ । ପ୍ରଥମ ଦିନରେ ବନ୍ଦର ପ୍ରଭାବ । ରେଳ ସେବା ଠପ୍ । କୋରନା ପାଇଁ ସମସ୍ତେ ସଚେତନ । ରାଜ୍ୟବ୍ୟାପୀ ସଚେତନତାକୁ ଜୋରଦାର କରାଯାଇଥିବାବେଳେ ଅନୁଗୋଳ ଜିଲ୍ଲାକୁ ଲକ୍ଡାଉନ୍ କରାଯାଇଛି । ଫଳରେ ରେଳ ବିଭଗ ପକ୍ଷରୁ ରେଳ ଚଳାଚଳ ବନ୍ଦ କରାଯାଇଥିବାବେଳେ ଅନୁଗୋଳ ରେଳ ଷ୍ଟେସନ ପୁରା ଖାଁ ଖାଁ ରହିଛି । ଷ୍ଟେସନକୁ କେହିବି ଆସୁନଥିବାବେଳେ କେବଳ ମାଲବାହୀ ଟ୍ରେନ ଚଳାଚଳ କରୁଛି । ରେଳ ବିଭାଗର ସମସ୍ତ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଟିକେଟ କାଉଣ୍ଟର, ଇନକ୍ବାରୀ ସେଣ୍ଟର ଆଦି ବନ୍ଦ ରହିଛି । ସରକାରଙ୍କ ସଚେତନତା ଓ ନିର୍ଦ୍ଦେଶନାମାକୁ ସମସ୍ତେ ପାଳନ କରୁଥିବା ଦେଖିବାକୁ ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ