ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, 10 ଗୁରୁତର - immigrant bus crashed,
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7748525-thumbnail-3x2-accident.jpg)
ବାଲେଶ୍ବର: ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ନିକଟରେ ଏକ ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 10ରୁ ଅଧିକ ପ୍ରବାସୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପଣ୍ଡିଚେରୀରୁ 50ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ନେଇ ଏକ ଘରୋଇ ବସ ପାଟଣା ଅଭିମୁଖେ ଯାଉଥିଲା। ଜାମୁଝାଡ଼ି 16 ନଂ ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକକୁ ବସଟି ପଛପଟୁ ଧକ୍କା ଦେଇଥିଲା। ଏଥିରେ 10ରୁ ଅଧିକ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। 3ଜଣ ଗୁରୁତର ପ୍ରବାସୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।