ଜେଲ ଗଲେ ଆକାଶ, କୋର୍ଟ ବାହାରେ ପ୍ରେମିକାକୁ ଜଣାଇଲେ ନବବର୍ଷର ଆଗୁଆ ଶୁଭେଚ୍ଛା - ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9959115-thumbnail-3x2-pathak.jpg)
ଭୁବନେଶ୍ବର:4 ଦିନିଆ ରିମାଣ୍ଡ ଶେଷ ପରେ ଜେଲ ଗଲେ ଆକାଶ ପାଠକ । ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର ପରେ ଗଲେ ଜେଲ । ତାଙ୍କୁ ଝାରପଡା ଜେଲରେ ରଖାଯିବ । କୋର୍ଟକୁ ଯିବା ପୂର୍ବରୁ ନିଜ ପ୍ରେମିକା ଜଣାଇଲେ ନବବର୍ଷର ଆଗୁଆ ଅଭିନନ୍ଦନ ।କମିଶନରେଟ ପୋଲିସର ଖାରବେଳନଗର ଥାନା ସ୍କାଏ କିଙ୍ଗ ଠକେଇ ମାମଲାରେ ରିମାଣ୍ଡ ଶେଷ କରିଛି । ଏହା ପରେ ଆକାଶ ପାଠକଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟରେ ହାଜରବେଳେ ବ୍ଲାକ ଟି-ସାର୍ଟ ଦେଖି ତାଙ୍କ ପ୍ରେମିକା ଖୁସି ହୋଇଯାଇଥିଲା । ଏହି ସମୟରେ ଆଗୁଆ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ ଆକାଶ । କାରଣ 14 ଦିନିଆ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ଆକାଶ ପାଠକଙ୍କ ସମେତ ତାଙ୍କ ବାପା ତଥା ଆଇଏଫଏସ ଅଭୟ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତେବେ ନୂଆ ବର୍ଷ ପୂର୍ବରୁ ଦେଖା ହେବ କି ନାହିଁ ସେଥିପାଇଁ ସେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ।